ଭୁବନେଶ୍ବର: ରାଜ୍ୟରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ସରକାର । ଲୋକସେବା ଭବନରେ ଆରମ୍ଭ ହୋଇଛି ବୈଠକ ।
ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା । ଖବର ଅନୁଯାୟୀ, ରାଜ୍ୟରେ ଆଜି ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ନାଇଜେରିଆ ଏବଂ ଅନ୍ୟଜଣେ କତାରରୁ ଫେରିଥିଲେ । ପଜିଟିଭ ଚିହ୍ନଟ ପରେ ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡିଛି ।
ଓଡିଶାରେ ପଶିଲା ଓମିକ୍ରନ । ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଉଭୟ ସଂକ୍ରମିତ ବିଦେଶ ଫେରନ୍ତା ଅଟନ୍ତି । ଜଣେ ନାଇଜେରିଆରୁ ଫେରିଥିବାବେଳେ ଅନ୍ୟ ଜଣେ କାତାରରୁ ଫେରୁଥିବା ଜଣାପଡିଛି । ସେମାନଙ୍କ ଜିନମ ସିକ୍ବେନ୍ସିଂ ପରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଏବେ ସୁଦ୍ଧା ୯ ଜଣଙ୍କ ସାମ୍ପୁଲ ଜିନମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଛି ।
Excellent insights! Your breakdown of the topic is clear and concise. For further reading, check out this link: READ MORE. Let’s discuss!
In some embodiments, the hair growth promoting agent treatment comprises treatment with nitroxide spin labels e generic priligy Democrats and Republicansare far apart on a lot of issues, Obama said