ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ

bjp rastriya karyakarini

0 12

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଏନ୍ଡିଏମସି କନଭେନ୍ସନ ସେଣ୍ଟରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଜାତୀୟ କାର୍ୟ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ଅଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୨୨୪ଜଣ ବରିଷ୍ଠ ନାଗରିକ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହେବ।

ବିଧାନସଭା ନିର୍ବାଚନ ନେଇ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହୋଇପାରେ । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି ।

ଏହି ବୈଠକରେ ୧୦୦ କୋଟି ଟିକାକରଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦେ୍ଧଶ୍ୟରେ ଏକ ଧନ୍ୟବାଦ ପ୍ରସ୍ତାବ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ଦିନିକିଆ ବୈଠକରେ ଚଳିତ ବର୍ଷ ସରକାରଙ୍କ କରୋନା ସହିତ ମୁକାବିଲା, ଟିକାକରଣ ଏବଂ ଅର୍ଥନୀତିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। କରୋନା ପାଇଁ ଦୁଇ ବର୍ଷ ପରେ ହେବାକୁ ଥିବା ଏହା ବିଜେପିର ପ୍ରଥମ ହ୍ରାଇବ୍ରିଡ୍ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ହେବାକୁ ଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରୁ ସମ୍ବୋଧିତ କରି ସରକାରଙ୍କ ଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ସାଧାରଣ ଜନତା ଓ କର୍ମୀଙ୍କ ନିକଟରେ ପହଞ୍ଚିପାରିବ ସେନେଇ ବିଜେପି ନେତାମାନଙ୍କୁ ମନ୍ତ୍ର ଦେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.