ଫିକା ପଡ଼ିବନି ଦୀପାବଳି, ଆକାଶକୁ ଯିବ ଗ୍ରୀନ ରକେଟ୍

4 16

କଟକ: କୋଭିଡ ପାଇଁ ଦଶହରା ଫିକା ପଡିଥିଲା ତେଣୁ ଦୀପାବଳି ବି ଫିକା ପଡିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ହାଇକୋର୍ଟ ଚଳିତ ଥର ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ।

କୋର୍ଟ କହିଛନ୍ତି ଯଦି ବାଣ କେହି ଫୁଟାଇବେ ତାହେଲେ ଏହା ପରିବେଶ ଅନୁକୂଳ ହୋଇଥିବା ଦରକାର। ଏହାର ଅର୍ଥ ଇଂରାଜୀରେ ଗ୍ରୀନ କ୍ରାକର (ପରିବେଶ ଅନୁକୂଳ ବାଣ))। ଏହି ବାଣ କିନ୍ତୁ କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ହୋଇଥିବା ଦରକାର । ବାଣ ଫୁଟାଇବାର ସମୟ ରାତି 8 ଟାରୁ ରାତି 10 ଟା ମଧ୍ୟରେ ରହିଛି । ଏହି ସମୟରେ ଯାହା ଫୁଟିବ ପେଲୋ ଦ୍ୱାରା ଅନୁମତି ପାଇଥିବା ବାଣ।

ତେବେ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ବାଣ ବ୍ୟବସାୟୀଙ୍କୁ ସୁହାଇଛି । କରୋନା ପାଇଁ ରାଜ୍ୟ ସରକାର ବିଗତ ଦୁଇ ବର୍ଷ ହେବ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ବାଣ ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଗତ ଶୁକ୍ରବାର ଏହାର ଶୁଣାଣି କରି ଏସଆରସିଙ୍କୁ ବାଣ ଫୁଟାଇବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ତିଆରି କରିବାକୁ କହିଥିଲେ । ଏଥିସହ ସୋମବାର ସୁଦ୍ଧା କୋର୍ଟଙ୍କୁ ଜଣାଇବାକୁ କହିଥିଲେ । ଏହାପରେ ଆଜି ରାଜ୍ୟ ସରକାର କହିଥିଲେ ଗ୍ରୀନ କ୍ରାକର ଫୁଟାଇଲେ କୌଣସି ଅସୁବିଧା ନାହିଁ। ଏହା ପରିବେଶ ପାଇଁ ସେତେ କ୍ଷତିକାରକ ନୁହେଁ।

ଗୋଟିଏ ସାଧାରଣ ବାଣ ପ୍ରାୟ 160 ଡେସିବେଲ ଶବ୍ଦ ଉତ୍ପନ୍ନ କରୁଥିବାବେଳେ ଗ୍ରୀନ କ୍ରାକର 110ରୁ 125 ଡେସିବେଲ୍ ଶବ୍ଦ ଉତ୍ପନ୍ନ କରିଥାଏ ।

ସୂଚନାଯୋଗ୍ୟ, ନିକଟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ ବାଣ ଫୁଟିଲେ ଫୁସଫୁସ ପ୍ରଭାବିତ ହେବାର ଆଶଙ୍କା ରହିଛି । ଦେଶବାସୀ ଏବେ ପୋଷ୍ଟ କୋଭିଡ ସ୍ଥିତିରେ ରହିଛନ୍ତି । ତେଣୁ ବାଣ ଫୁଟିବା ଉପରେ ଅଙ୍କୁଶ ଲଗାଇବା ଦରକାର ବୋଲି କହିଥିଲେ । ସେହିପରି ସେପ୍ଟେମ୍ବର 30ରେ ରାଜ୍ୟ ସରକାର ପାର୍ବଣ ବେଳେ ବାଣ ଫୁଟାଇବା ଉପରେ ଅଙ୍କୁଶ ଲଗାଇଥିଲେ।

4 Comments
  1. Kermit says

    It is actually a great and helpful piece of information. I
    am glad that you simply shared this helpful information with us.
    Please keep us informed like this. Thanks for sharing.

  2. crear una cuenta en Binance says

    I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.com/bg/register?ref=V2H9AFPY

  3. hixlvknexk says

    Muchas gracias. ?Como puedo iniciar sesion?

  4. Warblealp says

    where can i buy priligy in usa 5 It blocks the active site, and therefore the electron transfer chain of CYP19A1

Leave A Reply

Your email address will not be published.