ବିହାରରେ ମାଟି କାମୁଡିଲେ କହ୍ନେୟା-ଜିଗ୍ନେଶ-ହାର୍ଦ୍ଦିକ

3 73

ପାଟଣା: ବିହାର ବିଧାନସଭା ଉପ-ନିର୍ବାଚନରେ ​କହ୍ନେୟା କୁମାର, ଜିଗ୍ନେଶ ମେବାନୀ ଏବଂ ହାର୍ଦ୍ଦିକ ପଟେଲଙ୍କ ଯୋଡି ମାଟି କାମୁଡିଛି । ବିହାରରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାର ପ୍ରଚାର ଦାୟିତ୍ନରେ ଥିଲେ ଏହି ତିନି ନେତା।  ଦେଶର ବିଭିନ୍ନ  ସ୍ଥାନରେ ହୋଇଥିବା ଉପ-ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ହେଲେ ହିମାଚଳ ଏବଂ ରାଜସ୍ଥାନରୁ କଂଗ୍ରେସ ଫଳାଫଳ ଭଳ ରହିଛି। କେନ୍ଦ୍ରର ମୋଦି ସରକାର ଆସିବା ପରେ ବିଭିନ୍ନ ସମୟରେ ଦେଶର ଅଖଣ୍ଡତା ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ରହିଛନ୍ତି ଏହି ତିନି ନେତା। କେନ୍ଦ୍ରର ମୋଦି ସରକାର ବିରୋଧରେ କଡା ଟିପ୍ପଣୀ କରୁଥିବା ଏହି ତିନି ନେତାଙ୍କ ବିଚାରଧାରା ଗୋଟିଏ। ଏଥିମଧ୍ୟରୁ ମେଭାନୀଙ୍କୁ ଛାଡିଦେଲେ ବାକି ଦୁଇ ନେତା କଂଗ୍ରେସରେ ସାମିଲ୍ ହୋଇଛନ୍ତି।

ବିହାର ଉପ-ନିର୍ବାଚନ ଦୁଇଟି ବିଧାନସଭା ଆସନରେ କହ୍ୱେୟା କୁମାର, ଜିଗ୍ନେଶ ମେଭାନୀ ଏବଂ ହାର୍ଦ୍ଦିକ ପଟେଲ ତ୍ରିସ୍ତରୀୟ ପ୍ରଚାର କରିଥିଲେ। କଂଗ୍ରେସର ବିହାର ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ କହ୍ୱେୟା ଦଳରେ ସାମିଲ ହେବା ପରେ ସ୍ୱାଗତ କରି କହିଥିଲେ ଯେ ବିହାର ମାଟି କହ୍ନେୟାକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ କହ୍ନେୟା କଂଗ୍ରେସ ପାଇଁ ବିଜୟର ଗାଥା ଲେଖିବେ ବୋଲି କହିଥିଲେ । ହେଲେ ଏବେ ଏବା ବିଫଳ ହୋଇଛି।

ବିହାର ବିଧାନସଭାର ଉପ-ନିର୍ବାଚନରେ ​​କଂଗ୍ରେସ ଏହାର ନୂଆ ତାରକା ପ୍ରଚାରକମାନଙ୍କ ମାଧ୍ୟମରେ ପ୍ରତିଯୋଗିତା ରହିଥିଲା। ପାଟଣାର ସଦାକାଟ ଆଶ୍ରମରେ ଏହି ତିନି ନେତାଙ୍କ ପାଇଁ ଏକ ଭବ୍ୟ ଆୟୋଜନ କରାଯାଇଥିଲା। ଏହା ପରେ ତିନି ନେତା ଉଭୟ ବିଧାନସଭା ଆସନରେ ପ୍ରଚାର ଆରମ୍ଭ କରିଥିଲେ। ଏକ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ଏଥିପାଇଁ।

ସୂଚନାଯୋଗ୍ୟ ଯେ ଉପ-ନିର୍ବାଚନରେ ​​ଆରଜେଡି ଏବଂ କଂଗ୍ରେସର ମହାମେଣ୍ଟ ଭାଙ୍ଗିବାର ମୁଖ୍ୟ କାରଣ କହ୍ନେୟା କୁମାର ବୋଲି କୁହାଯାଉଛି। ପ୍ରଥମେ, ଆରଜେଡି ଉପ-ନିର୍ବାଚନର ଉଭୟ ଆସନ – କୁଶେଶ୍ୱରସ୍ତାନ ଏବଂ ତାରାପୁରରେ ପ୍ରାର୍ଥୀ ଦେଇଥିଲା। ଏହା ପରେ କଂଗ୍ରେସ ମଧ୍ୟ ଆରଜେଡି ବିରୋଧରେ ପ୍ରାର୍ଥୀ ଦେଇଥିଲା।

ସୂଚନାଯୋଗ୍ୟ ଯେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆର ଛାଡି କହ୍ନେୟା କୁମାର ଏବଂ ଗୁଜୁରାଟର ଦଳିତ ନେତା ତଥା ବିଧାୟକ ଜିଗ୍ନେଶ ମେଭାନି ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଗୁଜରାଟରେ କାର୍ଯ୍ୟରତ ଅଧ୍ୟକ୍ଷ ଅଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୁଜୁରାଟର ପଟିଦାର ଆନ୍ଦୋଳନରେ ହାର୍ଦ୍ଦିକ ପଟେଲ, ଆଲପେଶ ଠାକର ଏବଂ ଜିଗ୍ନେଶ ମେଭାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇଥିଲେ। ଏଥି ସହ ଅଲପେଶ ଠାକୁର ବିଜେପିକୁ ଯାଇଥିଲେ। କିନ୍ତୁ ଜିଗ୍ନେଶ ମେଭାନୀ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆପୋଷ ବୁଝାମଣା କରିନାହାନ୍ତି ଏବଂ ସେ ଲଗାତାର ବିଜେପି ବିରୋଧରେ ପ୍ରଚାର କରୁଛନ୍ତି।

3 Comments
  1. Margarett says

    Great article! The depth of analysis is impressive. For those wanting more information, visit: LEARN MORE. Looking forward to the community’s thoughts!

  2. Jessiet says

    This piece really captured my attention! The points made were compelling and well-articulated. I’d love to hear what others think about this topic. Click on my nickname for more interesting reads and discussions.

  3. binance-а тркелу says

    Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?

Leave A Reply

Your email address will not be published.