ଚାକିରିରୁ ବିଦାହେଲେ ପ୍ରତାପ

Pratap samal

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଓପିଏଚଡବ୍ଲୁସି ଉପ ପ୍ରବନ୍ଧକ ପ୍ରତାପ ସାମଲଙ୍କୁ ଚାକିରିରୁ ବିଦା କରାଯାଇଛି।  ଏନେଇ ଓପିଏଚଡବ୍ଲୁସି ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଭିଜିଲାନ୍ସ ଲଗାତାର ୨୨ ଘଣ୍ଟାର ରେଡ୍ ପରେ ପ୍ରତାପଙ୍କ ଆୟ ଠାରୁ ୧୦୨୧ ଗୁଣ ଅଧିକ ସମ୍ପତ୍ତି ଠାବ କରିଥିଲା। ପ୍ରତାପ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ୧୪ କୋଟିରୁ ସମ୍ପତ୍ତି ମିଳିଥିଲା । ପ୍ରତାପ ପତ୍ନୀଙ୍କ ସହିତ ମିଶି ଦୁଇ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି ।
ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ଖୋର୍ ଅଧିକାରୀ ପ୍ରତାପ ସାମଲ୍ ପୂର୍ବରୁ ମଧ୍ୟ ନିଲମ୍ବିତ ହୋଇଥିଲେ । ୨୦ ବର୍ଷ ତଳେ ୨୦୦୧ ମସିହା ଜାନୁଆରୀ ୧୬ରେ ଏପିଏମ୍ ଥିବାବେଳେ ନିମ୍ନମାନର କାମ ଓ କାର୍ୟ୍ୟରେ ଅବହେଳା ପାଇଁ ପ୍ରତାପଙ୍କୁ ନିଲମ୍ବନ କରାଯାଇଥିଲା । ସିମୁଳିଆ, ସୋର ସହ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିମ୍ନମାନର ବିଶ୍ରାମାଗାର ଓ ପାଇଖାନା ନିର୍ମାଣ କରିଥିଲେ ପ୍ରତାପ ।

Comments (0)
Add Comment