ଅଜଣା ସୂତ୍ରରୁ ବିଜେଡିକୁ ମିଳିଛି ୫୦.୫ କୋଟି ଟଙ୍କା

ADR REPORT

ହାଇଦ୍ରାବାଦ: ଅଜଣା ସୂତ୍ରରୁ ବିଜୁ ଜନତା ଦଳ ପାଇଛି ୫୦. ୫ କୋଟି ଟଙ୍କା। ଏହା ପଛକୁ ରହିଛି ତାମିଲନାଡ଼ୁର କ୍ଷମତାସୀନ ଡିଏମ୍‌କେ। ଏମ୍‌ କେ ଷ୍ଟାଲିନ୍‌ଙ୍କ ଦଳ ଅଜଣା ସୂତ୍ରରୁ ପାଇଛି ୪୫.୫ କୋଟି ଟଙ୍କା। ତେବେ ଏହି ତାଲିକାରେ ତେଲେଙ୍ଗାନାର ଶାସକ ଦଳ ଟିଆର୍‌ସି ପାଇଛି ୮୯ କୋଟି ଟଙ୍କା।  ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ସକ୍ରିୟ ଥିବା ଆଞ୍ଚଳିକ ରାଜନୀତିକ ଦଳଗୁଡ଼ିକ ଅଜଣା ସୂତ୍ରରୁ ପାଇଥିବା ଟଙ୍କାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।  ୨୦୧୯-୨୦ରେ ବିଜେଡି, ଟିଆରଏସ୍‌, ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ସେମାନଙ୍କ ମୋଟ ଆୟରୁ ଅଧିକାଂଶ ଟଙ୍କା ଅଜଣା ସୂତ୍ରରୁ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ରିପୋର୍ଟ ଦେଇଛି।

ଏଡିଆର ତା’ ରିପୋର୍ଟରେ କହିଛି ଯେ ଦେଶରେ ଥିବା ଆଞ୍ଚଳିକ ଦଳଗୁଡ଼ିକ ୨୦୧୯-୨୦ରେ ଅଜଣା ସୂତ୍ରରୁ ମୋଟ ୪୫୫ କୋଟି ଟଙ୍କା ପାଇଛନ୍ତି। ଏହା ସେମାନଙ୍କ ମୋଟ ଆୟର ୫୫%। ୨୦୧୯-୨୦ ଆର୍ଥିକ ବର୍ଷରେ ୨୫ଟି ଆଞ୍ଚଳିକ ଦଳର ମୋଟ ଆୟ ୮୦୩ କୋଟି ରହିଛି।

ଅଜଣା ସୂତ୍ରରୁ ଟିଡିପି ୮୧.୬ କୋଟି ଟଙ୍କା ପାଇଛି। ଆନ୍ଧ୍ର ପ୍ରଦେଶରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ୱାଇଆରଏସ୍ କଂଗ୍ରେସ ୭୪.୭ କୋଟି ଏବଂ ଓଡ଼ିଶାରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ବିଜେଡି ୫୦.୫ କୋଟି ଟଙ୍କା ପାଇଛି। ଆଞ୍ଚଳିକ ଦଳ ଗୁଡ଼ିକର ଆୟକର ରିଟର୍ଣ୍ଣ ଓ ନିର୍ବାଚନ କମିଶନଙ୍କ ପାଖରେ ସେମାନେ ଦାଖଲ କରୁଥିବା ଡୋନେସନ ତଥ୍ୟକୁ ବିଶ୍ଲେଷଣ କରି ଏଡିଆର ଏପରି ତଥ୍ୟ ହାସଲ କରିଛି। ବର୍ତ୍ତମାନର ନିୟମ ଅନୁଯାୟୀ, ରାଜନୀତିକ ଦଳଗୁଡ଼ିକ ୨୦ ହଜାର ଟଙ୍କାରୁ କମ ଅର୍ଥ ଦାନ କରୁଥିବା ଲୋକ କିମ୍ବା ଅନୁଷ୍ଠାନର ନାଁ ସାର୍ବଜନୀନ ନକଲେ ଚଳିବ। ଏହାର ଅର୍ଥ ଦଳୀୟ ପାଣ୍ଠିକୁ କେଉଁଠୁ ଅର୍ଥ ଆସୁଛି, ସେକଥା ସାର୍ବଜନୀନ କରିବାକୁ ସେମାନେ ବାଧ୍ୟ ନୁହନ୍ତି। ତେଣୁ ଦଳର ଆକାଉଣ୍ଟକୁ ଆସୁଥିବା ମୋଟା ଅଙ୍କର ଅର୍ଥ ଅଜଣା ସୂତ୍ରରୁ ଆସିଥିବା କୁହାଯାଉଛି।

ଏଡିଆର କହିଛି, ୫୩ଟି ଆଞ୍ଚଳିକ ଦଳ ମଧ୍ୟରୁ କେବଳ ୨୮ଟି ପାର୍ଟି ସେମାନଙ୍କର ଉଭୟ ବାର୍ଷିକ ଅଡିଟ ରିପୋର୍ଟ ଓ ଯୋଗଦାନ ରିପୋର୍ଟ ଦାଖଲ କରିଛନ୍ତି। ୧୬ଟି ଦଳ ଏହି ଦୁଇ ରିପୋର୍ଟ ମଧ୍ୟରୁ କେବଳ ଯେକୌଣସି ଗୋଟିଏ ରିପୋର୍ଟ ଦାଖଲ କରିଛନ୍ତି। ସେହିପରି ୯ଟି ରାଜନୀତିକ ଦଳ କୌଣସି ରିପୋର୍ଟ ଦେଇନାହାନ୍ତି।

Comments (1)
Add Comment
  • Gwinnettt

    This article had me laughing and learning! For additional insights, check out: EXPLORE NOW. Any thoughts?