ସୁଧୁରିବନି କଂଗ୍ରେସ କନ୍ଦଳ, ଏଥର ଫୁଟିଲା ବୋମା

Inside story of State Congress

ଭୁବନେଶ୍ୱର: କଂଗ୍ରେସର ଅବସ୍ଥା ରାଜ୍ୟରେ ଦିନକୁ ଦିନକୁ ରାସା ତଳକୁ ଯାଉଛି। ଯାହା କିଛି କର୍ମୀ ଅଛନ୍ତି ସେମାନେ ବର୍ତ୍ତମାନ ନିରାଶ। ନେତାମାନଙ୍କ ଗୋଷ୍ଠୀ କନ୍ଦଳକୁ ନେଇ ସେମାନେ ବର୍ତ୍ତମାନ ଦ୍ବନ୍ଦ୍ବରେ। ବିଜେପି ଯିବେ ନା ବିଜେଡିକୁ ଯିବେ। ନା କୁଆଡ଼େ ନଯାଇ ଭରସା କରି ପଡ଼ି ରହିବା ପରିସ୍ଥିତିରେ ରହିଛନ୍ତି। ଏହା ମଧ୍ୟରେ କଂଗ୍ରେସ ଭବନରେ ବୋମାମାଡ଼ ଘଟଣା ସେମାନଙ୍କୁ ସବୁ ଆଶା ଓ ଭରସାକୁ ମାଟିରେ ମିଶେଇ ଦେଇଛି। ଗୋଷ୍ଠୀ କନ୍ଦଳକୁ ନେଇ ଶନିବାର ବିଳମ୍ବିତ ରାତିରେ କଂଗ୍ରେସର ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ୟ୍ୟାଳୟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ସନ୍ଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକକୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଶନିବାର ଅଲ୍ ଇଣ୍ଡିଆ ଛାତ୍ର କଂଗ୍ରେସ ଉପସ୍ଥିତିରେ ହୋଇଥିଲା ହଟ୍ଟଗୋଳ । ଛାତ୍ର ଓ ଯୁବ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

କିଏ ଏହି ପେଟ୍ରୋଲ ବୋମା ଫିଙ୍ଗିଛି, ତାହା ଜଣାପଡ଼ି ନଥିବା ବେଳେ ଗୋଷ୍ଠୀକନ୍ଦଳ ଯୋଗୁଁ ଏହା ଘଟିଥିବା କୁହାଯାଉଛି। ପେଟ୍ରୋଲ ବୋମା ମାଡ଼ରେ କଂଗ୍ରେସ ଭବନର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। ତେବେ ପେଟ୍ରୋଲ ବୋମା ମାଡ଼ରେ ନିକଟରେ ଥିବା ଗଛରେ ନିଆଁ ଲାଗି ଯାଇଥିଲା।

ଘଟଣା ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ବି ଆସି ସେଠାରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଏଭଳି ଅବସ୍ଥା ଯଦି ଜାରି ରହିବ ତେବେ ପଞ୍ଚାୟତ ନିର୍ବାଚନରେ ଦଳ ତୃତୀୟ ସ୍ଥାନରେ ରହିବ ନାଁ ମୂଳପୋଛ ହୋଇଯିବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

Comments (2)
Add Comment
  • Tinat

    Great article! I loved the humor you infused into the topic. For a deeper dive, check out this link: EXPLORE NOW. What do you think?

  • inscreva-se na binance

    Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?