ଅସନ୍ତୋଷ: କେନ୍ଦ୍ରାପଡ଼ାରୁ ସାଂସଦଙ୍କ ପୋଷ୍ଟର ଚିରିଦେଲେ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିବା ଦେଖାଯାଇଛି। ଯେଉଁ ଆଶା ନେଇ ଅନୁଭବଙ୍କୁ କେନ୍ଦ୍ରାପଡ଼ାବାସୀ ତାଙ୍କୁ ବିଜୟୀ କରାଇଥିଲେ ତାହା ଆଶାରେ ରହିଯାଇଥିବା ଲୋକମାନେ କହୁଛନ୍ତି। କଳିଙ୍ଗ ଷଣ୍ଢ, କଳିଙ୍ଗ ଟାଇଗର କହି ଲୋକମାନେ ଯେଉଁ ଗର୍ବ କରୁଥିଲେ ତାହା ପାଣିରେ ମିଳେଇ ଯାଇଛି। କେନ୍ଦ୍ରାପଡ଼ା ପରି ପ୍ରତିଷ୍ଠିତ ଲୋକସଭା ଆସନାରେ ତାଙ୍କୁ ବିଜୟୀ କରାଇବାର କୌଣସି ମୂଲ୍ୟ ରହିଲା ନାହିଁ ବୋଲି କର୍ମୀ ଓ ସାଧାରଣ ଭୋଟରଙ୍କ ମହଲରେ ଆଲୋଚନା ହେଉଛି। ଶେଷରେ କର୍ମୀ ଓ ଲୋକଙ୍କ ଆକ୍ରୋଶ ଏତେ ଚରମ ସୀମାରେ ପହଞ୍ଚିଛି ଯେ କେନ୍ଦ୍ରପଡ଼ାରେ ତାଙ୍କର ପୋଷ୍ଟର ଦେଖିବାକୁ ଲୋକେ ଚାହୁଁ ନାହାନ୍ତି। କେନ୍ଦ୍ରାପଡ଼ାର ମୁଖ୍ୟ ଅଞ୍ଚଳରେ ସାଂସଦଙ୍କ ପୋଷ୍ଟରକୁ ଚିରି ପକାଇଛନ୍ତି।

ବିଶେଷକରି ଦୁହୁରୁଆ, ତିନିମୁହାଣି ଅଞ୍ଚଳରେ ନୂଆବର୍ଷ ଅଭିନନ୍ଦନକୁ ନେଇ ଲାଗିଥିବା ପୋଷ୍ଟରକୁ କେହି ଚିରି ପକାଇଛନ୍ତି। ସେଠାରେ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିଲେ ମଧ୍ୟ କିଏ କାହିଁକି ସାଂସଦଙ୍କ ପୋଷ୍ଟରକୁ ଚିରି ପକାଇଛି ତାହା ଆଲୋଚନାର ବିଷୟ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ ମତରେ ବିଭିନ୍ନ ସମୟରେ ତ ନିଜେ ସାଂସଦଙ୍କ ଦେଖା ମିଳୁନି, ତାଙ୍କ ପୋଷ୍ଟର ଲାଗିବାର କଣ କାରଣ ରହିଛି।

ସାଂସଦ ଥାଇକି ଯା ନଥାଇକି ସେୟା। ‌ତେଣୁ ଆମେ ଭାବି ନେଇଛି ଆମର କେହି ସାଂସଦ ନାହାନ୍ତି ବୋଲି କିଛି ଲୋକ କ୍ଷୋଭ ପ୍ରକାଶ କରି କହିଛନ୍ତି। ଅନ୍ୟପକ୍ଷରେ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦୂରେଇ ରଖାଯିବାରୁ ତାଙ୍କ ଭୂମିକାକୁ ଯେ ଦଳ ପକ୍ଷରୁ କୋଣଠେସା କରାଯାଉଛି ତାହା ଜଳଜଳ ଦିଶୁଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସବୁ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ହେଲେ ସାଂସଦଙ୍କ ଅନୁପସ୍ଥିତ ଦଳୀୟ କର୍ମୀଙ୍କୁ ନିରାଶ କରିଛି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଅନୁଭବଙ୍କ କିଛି ସମର୍ଥକ ତାଙ୍କ ପୋଷ୍ଟର ଚିରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ବିରୋଧୀ ଦଳର ହୀନ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତେବେ ଏ ନେଇ ସାଂସଦଙ୍କ ପ୍ରତିକ୍ରିୟା ମିଳିପାରିନି।

Comments (11)
Add Comment
  • Mirandat

    Fantastic insights! Your perspective is very refreshing. For more details on this topic, visit: EXPLORE FURTHER. What do others think?

  • escape rooms

    Awsome article and straight to the point. I don’t know if this is
    really the best place to ask but do you guys have any ideea where to get some professional
    writers? Thank you 🙂 Escape rooms hub

  • web site

    Hello, Neat post. There is a problem together with your site in web explorer, could check this?
    IE still is the marketplace chief and a huge component of
    folks will miss your great writing due to this problem.

  • Theo Priolo

    Very good article. I’m going through a few of these issues as well..

  • online dispensary that ships to all states

    Hi there! This article could not be written much better! Looking at this article reminds me of my previous roommate! He always kept talking about this. I will send this article to him. Fairly certain he’ll have a great read. Thank you for sharing!

  • web design henderson

    Spot on with this write-up, I honestly think this amazing site needs far more attention. I’ll probably be back again to read through more, thanks for the information.

  • 베스트카지노

    An intriguing discussion is definitely worth comment. I believe that you need to write more on this issue, it might not be a taboo matter but typically folks don’t discuss such subjects. To the next! Best wishes!

  • Compare prices online

    Right here is the perfect site for anyone who hopes to find out about this topic. You realize so much its almost tough to argue with you (not that I personally will need to…HaHa). You definitely put a new spin on a subject that has been discussed for many years. Great stuff, just great.

  • situs slot gacor

    I like it when folks come together and share ideas. Great blog, stick with it.

  • toptan poşet

    Everyone loves it when individuals come together and share thoughts. Great site, keep it up.