ବାରବାଟି ପିଚରେ ନିଜର ଏକ ବ୍ୟାଟିଂ ଅନୂଭୂତିକୁ ଶେୟାର କରି ଯୁବରାଜ ଦେଲେ ବଡ଼ ବାର୍ତ୍ତା

ଚଣ୍ଡିଗଡ଼: 22 ଗଜ ପିଚକୁ ପୁଣିଥରେ ଓହ୍ଲାଇବେ ଯୁବରାଜ ସିଂହ। କ୍ରିକେଟ ଫର୍ମାଟରୁ ଅବସର ନେଇସାରିଥିବା ଏହି କିମ୍ବଦନ୍ତୀ ଖେଳାଳି ପୁଣିଥରେ ପଡିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ବୋଲି ନିଜ ଇନଷ୍ଟାଗ୍ରାମରେ କହିଛନ୍ତି। ଆସନ୍ତା ବର୍ଷ ଫେବୃଆରୀରେ ସେ ପଡିଆକୁ ଓହ୍ଲାଇବେ ବୋଲି ଘୋଷଣା କରିଛନ୍ତି।

ସେ ଏହି ଘୋଷଣା କରିବା ପରେ ପୁଣିଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଫେରି ଆସିଛି। ଟି-20 ଓ୍ୱାର୍ଲଡ କପରେ ବିଗତ ଦିନ ହେବ ଭାରତର ଖେଳକୁ ନେଇ ସାରା ଦେଶ ଏବେ ଖପ୍ପା ରହିଥିବା ବେଳେ ଯୁବରାଜଙ୍କ ପ୍ରତ୍ୟାବର୍ତନ ଅନେକ କିଛି ଖୋରାକ ଯୋଗାଇଛି। ସବୁଠାରୁ ବଡ କଥା ହେଲା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ହେଉଛନ୍ତି ଯୁବରାଜ ସିଂହଙ୍କର ଜଣେ ବଡ ପ୍ରଶଂସକ। ଗାଙ୍ଗୁଲି ଟିମ୍ ଇଣ୍ଡିଆରେ ନେତୃତ୍ୱ ନେଉଥିବା ବେଳେ ଯୁବରାଜ ସିଂହ ଦଳରେ ସାମିଲ ହୋଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲେ।

 

 

View this post on Instagram

 

A post shared by Yuvraj Singh (@yuvisofficial)

39 ବର୍ଷୀୟ ଏହି ଖେଳାଳି କଟକ ବାରବାଟିରେ ଇଂଲଣ୍ଡ ବିପକ୍ଷରେ 150 ରନ୍ ଇନିଂସର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଭଗବାନ ତୁମର ଭାଗ୍ୟ ନିର୍ଣ୍ଣୟ କରନ୍ତି! ଲୋକଙ୍କ ଭଲପାଇବାକୁ ସମ୍ମାନ ଜଣାଇ ସେ ଫେବୃଆରୀରେ କ୍ରିକେଟ ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି।

ତେବେ ଯୁବରାଜ ଟିମ୍ ଇଣ୍ଡିଆକୁ ଫେରିବେ ନା ଟି -20 ଲିଗକୁ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ପ୍ରଶଂସକମାନେ ବର୍ତ୍ତମାନଠାରୁ ଉତ୍ସାହିତ ହୋଇପଡିଛନ୍ତି ଯେ ସେମାନେ କ୍ରିକେଟ୍ ପିଚରେ ଆଉ ଥରେ ଯୁବିଙ୍କ ଜଲଓ୍ୱା ଦେଖିବେ।

Comments (10)
Add Comment