କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଅନୁମତି

ନୂଆଦିଲ୍ଲୀ: ମେଡ୍ ଇନ୍ ଇଣ୍ଡିଆ ଟିକା କୋଭାକ୍ସିନକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଅନୁମତି । ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି । ଭାରତ ବାୟୋଟେକ ଏବଂ ଆଇସିଏମଆର ପ୍ରଚେଷ୍ଟାରେ ତିଆରି ହୋଇଛି ଏହି ଟିକା।

WHO ଟୁଇଟ୍ ଜରିଆରେ କହିଛି, “ବିଶ୍ୱ ସ୍ଥ୍ୟାସ୍ଥ୍ୟ ସଂଗଠନ ଭରତ ବାୟୋଟେକ ଦ୍ୱାରା ବିକଶିତ ହୋଇଥିବା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ତାଲିକାରେ ସାମିଲ କରିଛି। ଏହି ଅନୁମୋଦନ ପରେ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତି ଯେକୌଣସି ଦେଶକୁ ଭ୍ରମଣ କରିବାକୁ ଯାଇପାରିବେ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ ଯାଇଥିଲେ। ଜଳବାୟୁ ପରିବର୍ତ୍ତନ ବୈଠକରେ WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଦନୋମଙ୍କ ସହ କୋଭାକ୍ସିନ ଟିକା ନେଇ ଆଲୋଚନା କରିଥିଲେ। ଏହାକୁ ଖୁବଶୀଘ୍ର ଅନୁମତି ଦେବାକୁ ଦାବି କରିଥିବା ସୂଚନା ରହିଛି।

କୋଭିଡ ବିରୋଧରେ କୋଭାକ୍ସିନ 77.8 ପ୍ରତିଶତ ପ୍ରଭାବ  ଦେଖାଉଥିବା ବେଳେ ନୂଆ ଡେଲଟା ଭାରିଆଣ୍ଟ ବିରୋଧରେ 65.2 ପ୍ରତିଶତ ସୁରକ୍ଷା ଦେଉଥିବା ପରୀକ୍ଷାରୁ ଜଣାପଡିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏହା ପୂର୍ବରୁ ପିଫାଇଜର, ଆଷ୍ଟ୍ରା ଜେନକା (କୋଭିଶିଲ୍ଡ), ଜନସନ ଆଣ୍ଡ ଜନସନ, ମୋର୍ଡେଣ୍ଣା ଏବଂ ସିନୋଫୋର୍ମକୁ ଅନୁମୋଦନ ଦେଇ ସାରିଛି।

Comments (1)
Add Comment
  • Susannat

    Insightful read! Your analysis is spot-on. For more detailed information, visit: READ MORE. Eager to see what others have to say!