ଆମେରିକାରେ ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ୍!

ୱାସିଂଟନ: ଭାରତରେ ଅନୁମତିପ୍ରାପ୍ତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଆମେରିକାର ଛୋଟ ପିଲାଙ୍କୁ ଦିଆଯିବ। ଆମେରିକାର ଏକ ଫାର୍ମା କମ୍ପାନି ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ଦେବାକୁ ଚାହୁଁଛି। ଏଥିପାଇଁ କମ୍ପାନି ଆମେରିକା ସରକାରଙ୍କ ନିକଟରେ ଆବେଦନ କରିଛି।ଇୟଗ୍ଦ ଭଚ୍ଚ

ଯଦି ଆମେରିକା ସରକାର ଏହାକୁ ଅନୁମତି ଦିଅନ୍ତି, ତା’ହେଲେ ଭାରତ ପରେ ଆମେରିକାରେ ମଧ୍ୟ କୋଭାକ୍ସିନକୁ ଛୋଟ ପିଲାଙ୍କୁ ପ୍ରଦାନ କରାଯିବ। କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି। ନିକଟରେ ପ୍ରାପ୍ତ ବୟସ୍କଙ୍କ ଉପରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମତି ଦେଇଥିଲା।

ଅନୁମତି ପୂର୍ବରୁ ହିଁ ଭାରତର ଲୋକମାନଙ୍କୁ ଏହି ଟିକା ଦିଆଯାଉଥିଲା। ଏବେ ୨ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟିକା ଦେବାକୁ ଭାରତ ସରକାର ଅନୁମତି ଦେଇଛନ୍ତି। ସେହିପରି ବିଶ୍ୱର ଅନ୍ୟ ୧୭ଟି ଦେଶ ମଧ୍ୟ କୋଭାକ୍ସିନର ବ୍ୟବହାରକୁ ଗ୍ରୀନ ସିଗ୍ନାଲ ପ୍ରଦାନ କରିଛନ୍ତି।

ଏବେ ଆମେରିକାରେ ଛୋଟ ପିଲାଙ୍କୁ ଏହି ଟିକାର ଡୋଜ୍ ଦେବାକୁ ଚାହୁଁଛି। କମ୍ପାନି ପକ୍ଷରୁ ବିଭିନ୍ନ ଦେଶରେ ଛୋଟ ପିଲାଙ୍କ ଉପରେ କରାଯାଇଥିବା ଟିକାର ଟ୍ରାଏଲ ତଥ୍ୟକୁ ଆମେରିକାର ଏଫଡିଏ ନିକଟରେ ଦାଖଲ କରାଯାଇଛି। ଆମେରିକାର ହୋଇଥିବା ଟ୍ରାଏଲରେ ୫୨୬ ଜଣ ଛୋଟ ପିଲା ସାମିଲ ହୋଇଥିଲେ।

ସମସ୍ତଙ୍କୁ ୨୮ ଦିନର ବ୍ୟବଧାନରେ ଟିକାର ଦୁଇଟି ଯାକ ଡୋଜ୍ ଦିଆଯାଇଥିଲା। ଭାରତରେ ମଧ୍ୟ ୨୫,୮୦୦ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଟିକା ନେଇଥିବା ପିଲାମାନଙ୍କ ଶରୀରରେ କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି।

covaxin
Comments (2)
Add Comment